ଓଡ଼ିଶାରେ ତାଳଗଛ କାଟିବା ଉପରେ ଲାଗିଲା କଟକଣା
ଭୁବନେଶ୍ୱର: ଏଣିକି ତାଳ ଗଛ କାଟିବା ଉପରେ ଜାରି ହେଲା କଟକଣା । ନିଜ ବାଡ଼ିରେ ଥିବା ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି । ମନଇଚ୍ଛା ତାଳ ଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ହେବ । ଓଡ଼ିଶାରେ ବଢ଼ୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବନ ବିଭାଗ। ନିଜ ବାଡ଼ିରେ ଶାଗୁଆନ, ଶାଳ ଆଦି ଗଛ ଥିଲେ କାଟିବା ପୂର୍ବରୁ ଯେମିତି ବନ ବିଭାଗର ଅନୁମତି ନେବାକୁ ପଡୁଛି, ସେମିତି ତାଳ ଗଛ କାଟିବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ଏହି ନିୟମ ନମାନିଲେ ଜୋରିମାନାଠାରୁ ଆରମ୍ଭ କରି ଜେଲ୍ ପର୍ଯ୍ୟନ୍ତ ବିଭିନ୍ନ ଦଣ୍ଡ ବିଧାନ ରହିଛି ।