ରଥଯାତ୍ରା ପାଇଁ ଦୁଇ ଦିନ ଛୁଟି

Jul 2, 2024 - 20:53
 8

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଓଡ଼ିଶାରେ ଦୁଇ ଦିନ ଛୁଟି ଘୋଷଣା କଲେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରୀରେ ରଥଯାତ୍ରା ନେଇ ସମୀକ୍ଷା ବୈଠକରେ ଏହି ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ଚାଲିବାକୁ ଥିବାରୁ ଜୁଲାଇ ୭ ଓ ୮ ଦୁଇ ଦିନ ଛୁଟି ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏବର୍ଷ ରଥଯାତ୍ରା ସମୟରେ ମୁତୟନ ହେବେ ୧୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ।