କାଲି ଦିନ ୧ଟା ପରେ ରତ୍ନଭଣ୍ଡାର ଖୋଲାଯିବ

ପୁରୀ: ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ନେଇ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି ଯେ ଦିନ ୧ଟା ପରେ ରତ୍ନଭଣ୍ଡାର ଖୋଲାଯିବ। ଜଷ୍ଟିସ ରଥ କହିବା ଅନୁଯାୟୀ, ଆମେ ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ। ଯଦି ଚାବିରେ ତାଲା ନ ଖୋଲେ ତାଲା ଭଙ୍ଗାଯାଇ ଖୋଲାଯିବ। ତାଲା ଭାଙ୍ଗିବା ପାଇଁ ତାଲା ଭଙ୍ଗା ଟିମ୍କୁ ଡକାଯାଇଛି। ସ୍ନେକ୍ ହେଲପଲାଇନ, ମେଡିକାଲ ଟିମ୍ ମଧ୍ୟ ପ୍ରସ୍ତୁତ ରହିବେ। ଯଦି ଆବଶ୍ୟକ ପଡ଼େ , ସେମାନଙ୍କୁ ଭିତରକୁ ଯିବାକୁ ପଡ଼ିପାରେ। କେଉଁମାନେ ଭିତରକୁ ଯିବେ ସେ ନେଇ ମଧ୍ୟ SOP ଜାରି ହୋଇଛି। ତଦାରଖ କମିଟିର ୨ ଜଣ , ଜିଲ୍ଲାପାଳ , ତାଲା ଭଙ୍ଗା ଟିମ୍ ଯିବେ। ASI ଟିମ୍ , ଭଣ୍ଡାର ମେକାପ , ତଡ଼ଉକରଣ ମଧ୍ୟ ଯିବେ। ରତ୍ନ ଅଳଙ୍କାର ରଖିବାକୁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଛି।