ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି
ପୁରୀ: ଆସନ୍ତାକାଲି ଚୈତ୍ର ଶୁକ୍ଳ ଦ୍ଵିତୀୟା ତିଥି। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି। ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅନୁଷ୍ଠିତ ହେବ ଏହି ନୀତି। ସନ୍ଧ୍ୟା ୬ଟାରୁ ରାତି ୧୦ ଟା ଯାଏଁ ବନ୍ଦ ରହିବ ଦର୍ଶନ। ଏହା ଏକ ଗୁପ୍ତ ନୀତି ହୋଇଥବାରୁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ।