ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦୩ ତମ କଥାମୃତ ଓ ଭଜନ
ଭୁବନେଶ୍ବର: ଭୁବନେଶ୍ୱର ଚିଦାନନ୍ଦ ବିହାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦୩ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ପରିଷଦ ର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଡଃ ଗୁରୁପ୍ରସାଦ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ଙ୍କ ବହୁ ତଥ୍ଯ ସମସ୍ତ ଙ୍କୁ ଜଣାଇଥିଲେ। ଆଜିର କାର୍ଯ୍ୟକ୍ରମ କୁ ସମ୍ପାଦକ ଡ ନାରାୟଣ ମହାପାତ୍ର ପରିଚାଳନା କରିଥିଲେ। ପରିଷଦ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ,ନିରଞ୍ଜନ ଦାଶ ବଂଶୀଧର ନାୟକ, ତ୍ରିଲୋଚନ ନାୟକ ଅକ୍ଷୟ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ଅଜୟ ଦାସ, ଗିରିଜା ଶଙ୍କର ମହାପାତ୍ର, ସୁରେନ୍ଦ୍ର ନାୟକ ସତ୍ୟକାମ ମହାନ୍ତି, ଅନାମିକା ସ୍ଵାଇଁ ପଟନାୟକ, ଦିଲ୍ଲୀପ ମହାନ୍ତି, ଦିବ୍ୟରଞ୍ଜନ ପଟନାୟକ, ଦେବେନ୍ଦ୍ର ଷଡଙ୍ଗୀ, ଅନ୍ୟନ୍ୟ ସଦସ୍ଯ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ। ମନ୍ଦିର କମିଟି ସଭାପତି ସତ୍ୟବ୍ରତ ଦାସ, ସମ୍ପାଦକ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଭଜନ କାର୍ଯ୍ୟକ୍ରମ କୁ ପରିଷଦର ର କଳାକାର ମାନେ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ। ତବଲା ରେ ଧନେଶ୍ଵର ବାବୁ ଓ ହାରମୋନିୟମ ରେ ଲକ୍ଷ୍ମନ ରାଓ ସହଯୋଗ କରିଥିଲେ। ସ୍ଥାନୀୟ ଶ୍ରୀଜଗନ୍ନାଥ ପ୍ରେମୀ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।