ପ୍ରଥମ ଜୁଡିସିଆଲ ଆରକାଇଭ ଉଦଘାଟିତ
କଟକ: କଟକ ଜୁଡିସିଆଲ ଏକାଡେମୀ ନିକଟରେ ଉଦଘାଟିତ ହେଲା ପ୍ରଥମ ଜୁଡିସିଆଲ ଆରକାଇଭ। ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆରକାଇଭରେ ଓଡ଼ିଶାର ନ୍ୟାୟିକ ଇତିହାସ ଓ ନ୍ୟାୟ ବ୍ୟବସ୍ଥାର କ୍ରମ ମଧ୍ୟ ଉପଲବ୍ଧ ହେବ। ଏଥିରେ ୧୮ଶହ ମସିହାରୁ ବର୍ତ୍ତମାନ ସମୟର ଦସ୍ତାବିଜ ସଂରକ୍ଷିତ ରହିଛି।