କୃଷି କ୍ଷେତ୍ରରେ ଭାରତରେ ଅପାର ସୁଯୋଗ ରହିଛି: ରାଷ୍ଟ୍ରପତି
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବଦ୍ୟାଳୟର ୪୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି କହିଲେ ଯେ କୃଷିର ବିକାଶ କ୍ଷେତ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବଦ୍ୟାଳୟର ଯଥେଷ୍ଟ ଅବଦାନ ରହିଛି। ଚାଷ କାର୍ଯ୍ୟ ହେଉଛି ଆମ ସଂସ୍କୃତି ଓ ପରମ୍ପରାର ଆଧାର। କୃଷି ଓ କୃଷକର ଉନ୍ନତି ଦେଶର ଉନ୍ନତି ଅସମ୍ପୂର୍ଣ୍ଣ। କୃଷି କାର୍ଯ୍ୟ ପାଇଁ ଆମ ଦେଶରେ ଅପାର ସୁଯୋଗ ରହିଛି । ଭାରତ ଏବେ ଅନ୍ୟ ଦେଶଙ୍କୁ କୃଷି ଦ୍ରବ୍ୟ ରପ୍ତାନୀ କରୁଛି। କୃଷକଙ୍କ ସ୍ବାସ୍ଥ୍ୟ ରକ୍ଷା ଲାଗି ଯୁବ ବିଜ୍ଞାନୀ ମାନେ କାମ କରିବେ ବୋଲି ମତବ୍ୟକ୍ତ କଲେ ରାଷ୍ଟ୍ରପତି ମୁର୍ମୁ।