ସେବାପ୍ରାଣ ବ୍ୟକ୍ତିତ୍ବ : ବିଶିଷ୍ଟ ସମାଜସେବୀ ଦମନ ମହାନ୍ତି

କଟକ : ସେ ଜଣେ ପରିବେଶବିତ୍,ମହାନତାର ପ୍ରତୀକ,ନବ ଯୁଗ ନିର୍ମାଣର ସ୍ରଷ୍ଟା, ଅଧ୍ୟାତ୍ମିକ ଭାବ ଧାରାର ବ୍ୟକ୍ତି,ଯୁବ ସମାଜସେବୀ ଦମନ ମହାନ୍ତି ଅନେକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ । ଶ୍ରୀଧର ମହାନ୍ତି,ଜ୍ୟୋସ୍ନାରାଣୀ ମହାନ୍ତିଙ୍କ କୋଳ ମଣ୍ଡନ କରି ୧୯୯୨ ମସିହାରେ ଗ୍ରାମ ଆଳିଜଙ୍ଗା,ପୋଷ୍ଟ କପାଳେଶ୍ୱର ଜିଲ୍ଲା କେନ୍ଦ୍ରାପଡ଼ାରେ ଜନ୍ମ ଗ୍ରହଣ କରିଛନ୍ତି । ଶିକ୍ଷା ଲାଭ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟ, କଲେଜ ସାନ୍ଧ୍ୟ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ କଳାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୃତ୍ତିରେ ସେ ଜଣେ ସଫଳ ବ୍ୟବସାୟୀ ଆଉ ତାଙ୍କ ରୋଜଗାରର ୬୦ ଭାଗ ଅର୍ଥ ସେବାକାର୍ଯ୍ୟ ପାଇଁ ଖର୍ଚ୍ଚ କରନ୍ତି । ତାଙ୍କ ବ୍ୟବସାୟ ଅନୁ ଷ୍ଠାନ ରେ ବୁଲା ଷଣ୍ଢ ଓ ଗୋ ମାତାଙ୍କ ଭିଡ ଲାଗିରହେ କାରଣ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ରହିଥାଏ। ସେମାନଙ୍କ ସହିତ ଦମନ ଙ୍କର କିଛି ଭାବର ସମର୍କ ଥାଏ। ତାଙ୍କୁ ସ୍ନେହ କରିବାରେ କେତେ ଯେ ଆନନ୍ଦ ଆପଣ ଦେଖିଲେ ଜାଣିପାରିବେ। ସେ କୁହନ୍ତି ଏହି ସେବାକାର୍ଯ୍ଯରେ ଯେଉଁ ଶାନ୍ତି ମିଳେ ଅର୍ଥ ବ୍ୟାଙ୍କରେ ରଖିଲେ ମିଳେନା । ବାସ୍ତବରେ କି ଅନନ୍ୟ ଆଦର୍ଶ ଆଉ ମହାନତାର ପ୍ରତୀକ ଏହି ମଣିଷ ଜଣକ । ସେବାପ୍ରାଣ ଦମନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ନାମରେ ଏକ ସାମାଜିକ ସଙ୍ଗଠନ ୨୦୧୭ ରୁ ଆରମ୍ଭ କରି "ସେବା ହିଁ ଜୀବନର ଲକ୍ଷ୍ୟ" ଏହି ବାର୍ତ୍ତା ରେ କର୍ମ କରି ଚାଲିଛନ୍ତି। କଲେଜ ପାଠ ପଢୁଥିବା ସମୟରେ ସେବା ଆରମ୍ଭ କରି ଏହି କର୍ମ ରେ ବ୍ରତୀ । ତାଙ୍କ ସଙ୍ଗଠନର ମୂଳ ଲକ୍ଷ୍ୟ ସଠିକ ତଦନ୍ତ କରିବା ସହ ସ୍ଥାୟୀ ସମାଧାନ କରିବା ଏବଂ ଜୀବନରେ କିଛି ନୂଆ କରିବା । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଶରୀର ଦାନ କାର୍ଯକ୍ରମରେ ଏକ ଛାତ ତଳେ ଗୋଟିଏ ଦିନରେ ୧୦୧ ଜଣ ଶରୀର ଦାନ କରିବା ସାରା ଭାରତରେ ଅଙ୍ଗଦାନ ଅଭିଯାନରେ ରେକର୍ଡ ସୃଷ୍ଟି କରିଛି । ଗ୍ରାମାଞ୍ଚଳ ପ୍ରତିଭାଙ୍କ ବିକାଶ,ମେଧା ବିଦ୍ୟାର୍ଥୀଙ୍କୁ ପ୍ରତିଭା ସମ୍ମାନ,ସାହିତ୍ୟ ସଂସ୍କୃତିର ଉନ୍ନତି, ପଶୁ ପକ୍ଷୀ ମାନଂକୁ ଖାଦ୍ୟ ପ୍ରଦାନ, ପରିବେଶ ସୁରକ୍ଷା,ପୂଜ୍ୟପୂଜା ଆଦି ବହୁ ସେବାକାର୍ଯ୍ୟର ସେ ସଫଳ ସାଧକ । ଏଥିସହ ଅସହାୟ ଲୋକଙ୍କୁ ସେବା ପ୍ରଦାନ,ବାଳାଶ୍ରମ ମାନକୁ ଖାଦ୍ୟ ସାମଗ୍ରୀ ଓ ପାଠ୍ୟ ପୁସ୍ତକ ପ୍ରଦାନ,କରୋନା ମହାମାରୀ ସମୟରେ ସେବା,ରକ୍ତଦାନ ଶିବିର ଆୟୋଜନ,ଧାର୍ମିକ ଓ ସଂସ୍କୃତିକ ଅନୁଷ୍ଠାନ ମାନଙ୍କୁ ସହଯୋଗ ଆଦି କାର୍ଯ୍ୟକରି ସମଗ୍ର ଜିଲ୍ଲାରେ ଉଚ୍ଚ ପ୍ରଶଂସିତ ଆଉ ବିଭିନ୍ନ ସାମାଜିକ ସଂଗଠନ ଦ୍ବରା ସମ୍ମାନିତ ।