ରକ୍ତ ଅଦଳବଦଳ ଘଟଣାରେ ୪ ସସପେଣ୍ଡ

Sep 4, 2023 - 08:57
 38
ରକ୍ତ ଅଦଳବଦଳ ଘଟଣାରେ ୪ ସସପେଣ୍ଡ

କଟକ: କଟକ ଜିଲ୍ଲାର କେନ୍ଦ୍ରୀୟ ରେଡ୍ କ୍ରସ୍ ରେ ରକ୍ତ ଅଦଳବଦଳ ଘଟଣାରେ ୪ ଜଣ ବହିଷ୍କାର ହୋଇଛନ୍ତି। ରେଡ୍ କ୍ରସ୍ ରକ୍ତ ଭଣ୍ଡାରର ୪ ଜଣ କର୍ମଚାରୀଙ୍କୁ ବହିଷ୍କାର କଲେ ରକ୍ତ ଭଣ୍ଡାର ନିର୍ଦେଶକ। ଗତ ୨୯ ତାରିଖରେ ଜଣେ ରୋଗୀଙ୍କୁ ଭୁଲ ରକ୍ତ ଦିଆଯାଇଥିଲା। ବି ପଜିଟିଭ ପ୍ୟାକେଟ୍ ରେ ଏ ପଜିଟିଭ ରକ୍ତ ଲେଖା ହୋଇଥିଲା। ତେବେ ଭୁଲ ରକ୍ତ ଦେବା ଯୋଗୁଁ ରୋଗୀ ଅବସ୍ଥାରେ ଗୁରୁତର ହୋଇଛି। ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଛି।