ଓଡ଼ିଶାରେ ବିଜେପି ସରକାର ଆସିଲେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲାଯିବ: ଅମିତ ଶାହ

May 15, 2024 - 22:03
 7
ଓଡ଼ିଶାରେ ବିଜେପି ସରକାର ଆସିଲେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲାଯିବ: ଅମିତ ଶାହ

ବ୍ରହ୍ମପୁର: ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଏକ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି। ଶ୍ରୀମନ୍ଦିର ୪ ଦ୍ବାର ଖୋଲୁନାହାନ୍ତି । ଏହା ଦ୍ବାରା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶ୍ରଦ୍ଧାଳୁ। ଓଡ଼ିଶାରେ ବିଜେପି ସରକାର ଆସିଲେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲାଯିବ। ଶାହ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ନବୀନ, ସେ ଭାବୁଛନ୍ତି ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିବ। ଜୁନ୍‌ ୪ରେ ନବୀନ ବାବୁ ଯାଉଛନ୍ତି , ବିଜେପି ସରକାର ଆସୁଛି। ଓଡ଼ିଶାରେ ଚାଷୀଙ୍କ ଆୟ , ସାରା ଦେଶରେ ସର୍ବନିମ୍ନ। ଶାଗମାଛ ଦରରେ ଧାନ ବିକୁଥିବାରୁ ରାଜ୍ୟରେ ଚାଷୀଙ୍କ ଆୟ ବଢୁନି। ଛତିଶଗଡ଼ ଭଳି ଓଡ଼ିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ। ଓଡ଼ିଶାରେ ପାଣିର ଭଣ୍ଡାର ଅଛି, ଜଳସେଚନ ବ୍ୟବସ୍ଥା ନାହିଁ। ବିଜେପି ଆସିଲେ ବ୍ୟାପକ ଜଳସେଚନ ବ୍ୟବସ୍ଥା କରାଯିବ ଓ ଆଖୁ ଚାଷୀଙ୍କୁ ସମୃଦ୍ଧ କରିବା ବ୍ୟବସ୍ଥା କରିବ ବିଜେପି ବୋଲି ସେ ଘୋଷଣା କରିଛନ୍ତି।