ଭୁବନେଶ୍ୱର ରେଳ ଷ୍ଟେସନରେ ପାର୍ସଲ ସ୍ଥାନରୁ ଗୋ ମାଂସ ପ୍ୟାକେଟ୍ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ପାର୍ସଲ ରଖାଯିବା ସ୍ଥାନରୁ ଗୋ ମାଂସ ଭର୍ତ୍ତି ପ୍ୟାକେଟ୍ ଜବର ହୋଇଛି। ପାର୍ସଲ ସିକନ୍ଦରାବାଦ ପଠାଯିବା ପାଇଁ ସ୍ଟାମ୍ପ ଲାଗି ସାରିଥିଲା। ରାଷ୍ଟ୍ରୀୟ ଗୋ ସେବକ ସଦସ୍ୟଙ୍କ ଠାରୁ ସରକାରୀ ରେଳବାଇ ପୋଲିସ ଖବର ପାଇ ପାର୍ସଲ ଜବତ କରିଛି ଓ ଜଣଙ୍କୁ ଅଟକ ରଖିଛି।