ବିଶ୍ଵକପ୍ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ବିଜୟ ପାଇଁ ଗଙ୍ଗା ଆଳତି

Nov 19, 2023 - 14:20
 11
ବିଶ୍ଵକପ୍ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ବିଜୟ ପାଇଁ ଗଙ୍ଗା ଆଳତି

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ବିଜୟ ପାଇଁ ବାରାଣାସୀର ଦଶାଶ୍ୱମେଧ ଘାଟରେ ସ୍ଵତନ୍ତ୍ର ଆଳତି କରାଯାଇଛି। ଗଙ୍ଗା ସେବା ନିଧି ପକ୍ଷରୁ ଆୟଜିତ ହୋଇଥିବା ଏହି ଗଙ୍ଗା ପୂଜା ସହ ଆଳତିରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ହାତରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ପୋଷ୍ଟର ଓ ବ୍ୟାନର ଧରି ଭାରତ ମାତାକି ଜୟ ନାରା ଲଗାଇଥିଲେ। ଘାଟରେ ଦୀପରେ ବିଶ୍ୱକପ୍ ତିଆରି କରାଯାଇଥିଲା। ଏଥିସହ ୨୧୦୦ ଦୀପ ଜଳାଇ ଟିମ୍ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରାଯାଇଥିଲା।

ପୁରୀରେ ବାଲୁକା କଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଗୁଡ୍ ଲକ୍ ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ଆଜି ଅପରାହ୍ନ ଦୁଇଟାରେ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେିଲିଆ ମଧ୍ୟରେ ମହାଲଢ଼େଇ।