କେନ୍ଦୁଝରରେ ଦନ୍ତା ହାତୀର ମୃତ୍ୟୁ

Nov 19, 2023 - 14:17
 8
କେନ୍ଦୁଝରରେ ଦନ୍ତା ହାତୀର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ୍ ଅଧୀନ ଆକୁଳ ମୁଣ୍ଡା ସାହି ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାତୀକୁ ପ୍ରାୟ ୧୦ ବର୍ଷ ହୋଇଥଲା। ହାତୀର ମୃତଦେହ ଯେଉଁ ସ୍ଥାନରେ ପଡ଼ିଥିଲା ସେଠାରେ ଫସଲ ସୁରକ୍ଷା ପାଇଁ ସୋଲାର୍ ବିଦ୍ୟୁତ୍ ତାର ବିଛା ଯାଇଥିବାରୁ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଗତକାଲି ସେହି ଅଞ୍ଚଳରେ ଏକ ୨୫ ଟିକିଆ ହାତୀପଲ ରହିଥିବା ଦେଖିବାକୁ ମିଳିଥିଲା।