୧୯ଟି ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ଅନୁମୋଦନ
ଭୁବନେଶ୍ୱର: ଆଜି ୧୯ଟି ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ଅନୁମୋଦନ ମିଳିଛି। ଲକ୍ଷ୍ମୀ ଯୋଜନାରେ ଗ୍ରାମାଞ୍ଚଳକୁ ପରିବହନ ସେବା ଯୋଗାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ଯର ସମସ୍ତ ପଞ୍ଚାୟତକୁ ବ୍ଲକ୍ ମୁଖ୍ଯାଳୟ ସହିତ ଯୋଡିବା, ବ୍ଲକ୍ ମୁଖ୍ୟାଳୟକୁ ଜିଲ୍ଲା ମୁଖ୍ଯାଳୟ ସହିତ ଯୋଡିବା ଏବଂ ଜିଲ୍ଲା ମୁଖ୍ଯାଳୟରୁ ରାଜଧାନୀକୁ ବସ୍ ସଂଯୋଗୀକରଣ ସୁବିଧା ପ୍ରଦାନ କରାଯିବ। ଏଥିସହ ଆନ୍ତଃ ଜିଲ୍ଲା ବ୍ଲକ୍ ସଂଯୋଗୀକରଣ ଓ ପୁରୀ ସହ ଜିଲ୍ଲାର ପ୍ରମୁଖ ସହରଗୁଡିକୁ ଯୋଡିବା ନିମନ୍ତେ ଯୋଜନା କାର୍ଯ୍ଯକାରୀ ହେବ। ପୂତ୍ତ ଓ ଆର ଡି ବିଭାଗ ଅଧିନ ସବୁ ଟୋଲ୍ ଗେଟ୍ ଉଚ୍ଛେଦ ହେବ। ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ସମସ୍ତ ୩୫ ଟୋଲ୍ ଗେଟ୍ ଉଠାଯିବ । କ୍ୟାବିନେଟ ବୈଠକରେ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୩-୨୪ ରେ ୭୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି।