ଛାତ୍ରଛାତ୍ରୀ ମାନେ ପ୍ରଥମେ କଠିନ ବିଷୟ ପାଇଁ ପ୍ରସ୍ତୁତି ଶେଷ କରିବା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ' ଚର୍ଚ୍ଚା ୨୦୨୫ ର ଅଷ୍ଟମ ସଂସ୍କରଣ ଆୟୋଜନ କରିଛନ୍ତି। ସୋମବାର ଦିନ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତର ୩୬ ଜଣ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ଚାପମୁକ୍ତ ପରିବେଶ ନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, "ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଜୀବନରେ ସବୁକିଛି ନୁହେଁ। ପରୀକ୍ଷା କେବଳ ଜୀବନର ଏକ ଅଂଶ। ଛାତ୍ରଛାତ୍ରୀ ମାନେ ପ୍ରଥମେ କଠିନ ବିଷୟ ପାଇଁ ପ୍ରସ୍ତୁତି ଶେଷ କରିବା ଉଚିତ୍। ଆତ୍ମବିଶ୍ୱାସ ହେଉଛି ନେତୃତ୍ୱର ଚାବିକାଠି।" କାର୍ଯ୍ୟକ୍ରମରେ ୩.୩ କୋଟିରୁ ଅଧିକ ଛାତ୍ର, ୨୦.୭୧ ଲକ୍ଷ ଶିକ୍ଷକ ଏବଂ ୫.୫୧ ଲକ୍ଷ ପିତାମାତା ଯୋଗ ଦେଇଥିଲେ। ଭୁବନେଶ୍ବରରେ ଆୟୋଜିତ ହୋଇଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ ଯେ ଶାରୀରିକ ସୁସ୍ଥତା ରହିଲେ ମାନସିକ ସୁସ୍ଥତା ଆସିବ। ପରୀକ୍ଷା ବେଳେ ମାନସିକ ସୁସ୍ଥତା ରହିବା ଦରକାର।