ମଝିଘରିଆଣୀ ଦାନ ହୁଣ୍ଡିରୁ ଗଣତି ଆରମ୍ଭ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଥିବା ମା' ମଝିଘରିଆଣୀ ଦାନ ହୁଣ୍ଡିରୁ ଗଣତି ଆରମ୍ଭ ହୋଇଛି। ତହସିଲଦାରଙ୍କ ଉପସ୍ଥିତିରେ ୯ଟି ଦାନହୁଣ୍ଡିରୁ ଗଣତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ଶେଷଥର ଗତବର୍ଷ ସେପ୍ଟେମ୍ବରରେ ଗଣତି ହୋଇଥିଲା ଓ ୬୮ ଲକ୍ଷ ୭୪ ହଜାର ଟଙ୍କା, ୫୩ ଗ୍ରାମ ସୁନା, ୧୮୦୦ ଗ୍ରାମ ରୁପା ମିଳିଥିଲା।