ବଜ୍ରାଘାତରେ ଘର ସହ ଜଳିଗଲେ ଯୁବକ

Mar 18, 2024 - 20:57
 44

ଜଳେଶ୍ୱର: ବଜ୍ରାଘାତରେ ଚାଳ ଘର ସହ ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ଏହି ଅଘଟଣ ଘଟିଛି। ମୃତ ଯୁବକ ତାଙ୍କ ଘର ନିକଟରେ ଥିବା ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ।