ଓଡ଼ିଶା କ୍ରିକେଟ୍ ଏକାଡେମୀକୁ କାରଣ ଦର୍ଶାଅ ନୋଟିସ୍

କଟକ: କଟକ ବାରବାଟୀରେ ଗତକାଲି ଖେଳା ଯାଇଥିବା ଓଡିଆଇ ମ୍ୟାଚ ବେଳେ ଲାଇଟ୍ ବନ୍ଦ ଘଟଣାରେ କାରଣ ଦର୍ଶାଅ ନୋଟିସ୍ ଜାରି କଲା ରାଜ୍ୟ କ୍ରୀଡ଼ା ବିଭାଗ। କାହିଁକି ଲାଇଟ୍ ବନ୍ଦ ହେଲା ଉତ୍ତର ରଖିବାକୁ ଓଡ଼ିଶା କ୍ରିକେଟ୍ ଏକାଡେମୀକୁ ନିର୍ଦେଶ ଦିଆଯାଇଛି। ୧୦ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଛି କ୍ରୀଡ଼ା ବିଭାଗ। ଗତକାଲି ଲାଇଟ ବନ୍ଦ ପାଇଁ ୩୦ ମିନିଟ ବନ୍ଦ ରହିଥିଲା ଖେଳ।