ଜୁନିୟର ରେଡକ୍ରସ୍ ପ୍ରଶିକ୍ଷଣ ଶିବିର
କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ଏ.ଡି.ଏ.ଭି. ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ତୃଣମୂଳ ସ୍ତରରେ ଜୁନିୟର ରେଡ୍ କ୍ରସ୍ ର କ୍ରିୟାନ୍ଵୟନ୍ ପାଇଁ ଏକ ଦିବସୀୟ ବ୍ଲକ ସ୍ତରୀୟ ଜୁନିୟର ରେଡ୍ କ୍ରସ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପଟାଙ୍ଗି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଟି.ମିନତୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେମିଳିଗୁଡା ବ୍ଲକର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଚମେଲି ମଜୁମଦାର ଏବଂ ସମ୍ମାନୀତ ଅତିଥି ଭାବେ ଏ .ଡି .ଏ .ଭି .ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଏବଂ ଜିଲ୍ଲା ଜୁନିୟର ରେଡକ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡା ଯୋଗଦାନ କରି ସେମିଳିଗୁଡା ଓ ପଟାଙ୍ଗି ବ୍ଲକ୍ ର ପରାମର୍ଶ ଦାତା ଓ ପରାମର୍ଶଦାତ୍ରୀମାନଙ୍କୁ ରେଡକ୍ରସ୍ ପ୍ରତିଷ୍ଠାତାଙ୍କ ଜୀବନୀ, ରେଡକ୍ରସ୍ ର ଉତ୍ପତ୍ତି ,ଜୁନିୟର ରେଡକ୍ରସ ର ଉତ୍ପତ୍ତି , ସମ୍ପ୍ରତିକ ସ୍ଥିତିରେ ସ୍ବେଛାସେବୀମାନଙ୍କ ସମାଜ ପାଇଁ ଆବଶ୍ୟକତା ଏବଂ ବିଦ୍ୟାଳୟ ସ୍ତରରେ ଏହାର ସକ୍ରିୟ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲା ସାଧନ କର୍ମୀ ସାହେଦା ପର୍ୱିନ୍ ବିଦ୍ୟାଳୟ ସ୍ତରରେ ଜୁନିୟର ରେଡକ୍ରସ୍ ର କ୍ରିୟାନ୍ଵୟନ ଉପରେ ଆଲୋକପାତ କରିଥିଲାବେଳେ ସାଧନକର୍ମୀ ସୁଜିତ୍ କୁମାର ନାୟକ ବିପର୍ଯ୍ୟୟ ପରିଚାଳନା ଉପରେ ଅବଗତ କରାଇଥିଲେ ।ପ୍ରାଥମିକ ଉପଚାର ଉପରେ ସାଧନକର୍ମୀ ଜ୍ୟୋତିରଞ୍ଜନ ନନ୍ଦ ସକ୍ରିୟାତ୍ମକ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମକୁ ସାହେଦା ପରୱିନ ସଂଯୋଜନା କରିଥିଲାବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଅମିତା ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟ ର ଶିକ୍ଷକ ତାପସ କୁମାର ମଲ୍ଲିକ, କ୍ଷିତିଜ ଚନ୍ଦ୍ର ରଣା, କେଶବ ଚନ୍ଦ୍ର ଭଟ୍ଟ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟ ପରିଚାଳନା ରେ ସହଯୋଗ କରି ଥିଲେ।