ଏସିଆନ୍ ଗେମ୍ସ ପାଇଁ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର: ଏସିଆନ୍ ଗେମ୍ସ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରୁ ମନୋନୀତ ହୋଇଥିବା ୧୩ ଜଣ ଖେଳାଳୀଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି। ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୮ ଯାଏଁ ଚୀନରେ ଏହି ଖେଳ ଅନୁଷ୍ଠିତ ହେବ। ସହାୟତା ରାଶି ଖେଳାଳୀଙ୍କ ତାଲିମରେ ସହାୟକ ହେବ।