ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ
ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ଖୋଲିଲା ଭୁବନେଶ୍ବରରେ ଥିବା ଲୋକସେବା ଭବନ। ଦୀର୍ଘ ୪ ବର୍ଷ ପରେ ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ଅନୁମତି। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏହା ପ୍ରଥମ ପଦକ୍ଷେପ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପ୍ରଥମ କ୍ୟାବିନେଟ୍ ବୈଠକ।