ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

Jun 12, 2024 - 22:37
 60
ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ। ଭୁବନେଶ୍ୱର ଜନତା ମଇଦାନରେ ହୋଇଥିବା ଶପଥ ଗ୍ରହଣ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଝୀଙ୍କ ସହ ଶପଥ ନେଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା। ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ। ଶପଥ ସମାରୋହରେ ଉପସ୍ଥିତ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୧୬ ଜଣ ମନ୍ତ୍ରୀ। କ୍ୟାବିନେଟ୍ ମନ୍ତ୍ରୀ ହେଲେ ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ରବି ନାୟକ, ସୁରେଶ ପୂଜାରୀ, ବିଭୂତି ଭୂଷଣ ଜେନା, ମୁକେଶ ମହାଲିଙ୍ଗ, ପୃଥ୍ୱୀରାଜ ହରିଚନ୍ଦନ ଓ କୃଷ୍ଣଚନ୍ଦ୍ର ମହାପାତ୍ର। ସେହିପରି ରାଷ୍ଟ୍ରମନ୍ତ୍ରୀ ହେଲେ ଗଣେଶରାମ ସିଂ ଖୁଣ୍ଟିଆ, ସମ୍ପଦ ସ୍ୱାଇଁ, ଗୋକୁଳାନନ୍ଦ ମଲ୍ଲିକ, ପ୍ରଦୀପ ବଳ ସାମନ୍ତ ଓ ସୂର୍ଯ୍ୟବଂଶୀ ସୁରଜ।