କାଲି ଖୋଲିବ ଶ୍ରୀମନ୍ଦିରର ୪ ଦ୍ବାର

ଭୁବନେଶ୍ୱର: ଆସନ୍ତାକାଲି ଖୋଲିବ ପୁରୀ ଶ୍ରୀମନ୍ଦିରର ୪ଟି ଦ୍ବାର। ମଙ୍ଗଳ ଆଳତି ସମୟରେ ଖୋଲିବ ୪ ଦ୍ବାର। ଶ୍ରୀମନ୍ଦିର ପାଇଁ ଗଠନ ହେଲା କର୍ପସ ଫଣ୍ଡ । ଏଥିରେ ୫୦୦ କୋଟି ଟଙ୍କାର ବ୍ୟବସ୍ଥା ରହିବ। ଏହି ସୂଚନା ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ପ୍ରଥମ କ୍ୟାବିନେଟ୍ ବୈଠକ ପରେ ଏହି ସୂଚନା ପ୍ରଦାନ କରିଛନ୍ତି ମୂଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦,୦୦୦ ଟଙ୍କାର ଭାଉଚର୍। ଏହି ଯୋଜନା ୧୦୦ ଦିନ ଭିତରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି ଯୋଜନା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରିବାକୁ ସ୍ଥିର କରାଯାଇଛି।