ସମ୍ବିଧାନ ଦିବସ ଅବସରରେ ପଦଯାତ୍ରାରେ ଚାଲିଲେ ମୁଖ୍ୟମନ୍ତ୍ରୀ

Nov 26, 2024 - 22:15
 72
ସମ୍ବିଧାନ ଦିବସ ଅବସରରେ ପଦଯାତ୍ରାରେ ଚାଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସମ୍ବିଧାନ ଦିବସ ଅବସରରେ ପଦଯାତ୍ରାରେ ଚାଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ। ଏହି ପଦଯାତ୍ରାରେ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିଲେ। ଭୁବନେଶ୍ଵର ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲ ଯାଏ ହୋଇଥିଲା ପଦଯାତ୍ରା। ଏହି ଅବସରରେ ମୂଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ଯେ ସମୃଦ୍ଧ ଓ ନୂଆ ଓଡ଼ିଶା ଗଠନ କରିବା ପାଇଁ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ।