ମାଣବସା ଗୁରୁବାର

ଆଜି ପରା ମହାଲକ୍ଷ୍ମୀଙ୍କ ପୂଜା ଝୋଟି ଚିତା ଯତ୍ନେଯେ ପକାଇବ ll ମାସ ଶ୍ରେଷ୍ଠ ମାର୍ଗଶିର ଯେ ସାର ଅନ୍ନପୂର୍ଣ୍ଣା ଆଜି ବିଜେ ମହୀର ll ସ୍ଵର୍ଣ୍ଣ କୁମ୍ଭ ଧରି କକ୍ଷପେ ଭରା ଧନ ଧାନ୍ୟ ଆଜି ଏ ପୂର୍ଣ୍ଣ ଧରା ll ଜଗଦ୍ଧାତ୍ରୀଙ୍କ ଆଜି ହେବ ପୂଜା ଶ୍ରୀପତୀ ଅଙ୍କ ସମ୍ପତ୍ତିରେ ସଜା ll ରୂପେ ହାରିଯିବେ କୋଟିଯେ ରତି ମାଁଙ୍କ ଶୋଭିନୀ ରୂପରାଜ୍ୟ ସତୀ ll ପୂଜା ଯହିଁ କରିବ ମନ ଦେଇ ଲକ୍ଷ୍ମୀଙ୍କ କୃପା ନିଶ୍ଚେ ଲଭିବଇଁ ll ତ୍ରିନାଥ ପଟ୍ଟନାୟକ ଯୁବ ଅଧ୍ୟାପକ ତଥା ଲେଖକ ଗ୍ରାମ:ଗାନ୍ଧୀ ନଗର ପୋ:/ଜିଲ୍ଲା:କୋରାପୁଟ(ଓଡିଶା) ଦୂରଭାଷ-୯୪୩୮୩୬୨୧୭୨