ଗଙ୍ଗନଗର ଦୂର୍ଗା ପୂଜା ର ପ୍ରତିଷ୍ଠାତା ଦିବଙ୍ଗତ କୃଷ୍ନ ପ୍ରସାଦ ପଣ୍ଡା ଙ୍କ ବିୟୋଗ

Jun 10, 2023 - 18:01
 6
ଗଙ୍ଗନଗର ଦୂର୍ଗା ପୂଜା ର ପ୍ରତିଷ୍ଠାତା ଦିବଙ୍ଗତ କୃଷ୍ନ ପ୍ରସାଦ ପଣ୍ଡା ଙ୍କ ବିୟୋଗ

ଭୁବନେଶ୍ୱର: ଭୁବନେଶ୍ୱର ଗଙ୍ଗନଗର ଦୂର୍ଗା ପୂଜା ୧୯୯୦ ମସିହାରେ ଆରମ୍ଭ ହୋଇଥିଲା। ଦିବଙ୍ଗତ କୃଷ୍ଣ ପ୍ରସାଦ ପଣ୍ଡା ଏହାର ପ୍ରତିଷ୍ଠାତା ମଧ୍ୟରୁ ଅନ୍ୟତମ ଥିଲେ। ପଣ୍ଡା ୨୦୦୫ ମସିହା ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଅନୁଷ୍ଠାନ ପକ୍ଷରୁ କର୍ତ୍ତା ର ଦାୟିତ୍ଵ ମଧ୍ଯ କରିଥିଲେ। ଗତ କାଲି ତାଙ୍କର ହଠାତ୍ ହୃଦ୍ଘାତ ଯୋଗୁ ବିୟୋଗ ଘଟିଥିଲା, ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇ ଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ହୋଇ ପଡ଼ିଥିଲେ ଓ ଚିକିତ୍ସିତ ହେଉଥିଲେ। ପଣ୍ଡା ଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ସହିତ ଭଲ ସମ୍ପର୍କ ରହି ଥିଲା ସେ ଅନୁଷ୍ଠାନ ର ସମସ୍ତ ଦାୟିତ୍ଵ ଠିକ ଭାବେ ଦୀର୍ଘଦିନ ଧରି କରି ଆସୁଥିଲେ।

ହଠାତ ତାଙ୍କର ବିୟୋଗ ହେବାରୁ ଅନୁଷ୍ଠାନ ର ସଦସ୍ୟ, ସଦସ୍ୟା ଓ ଆଖ ପାଖ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତାଙ୍କର ଅମର ଆତ୍ମା ର ସଦଗତୀ ନିମନ୍ତେ ସମସ୍ତେ ପ୍ରାର୍ଥନା କରିଥିଲେ ଆଦିଶକ୍ତି ଚାରି ଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ।