ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ଷର ଶେଷ ମନ୍ କି ବାତ୍

Dec 31, 2023 - 18:32
 6
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ଷର ଶେଷ ମନ୍ କି ବାତ୍

ନୂଆଦିଲ୍ଲୀ: ରେଡ଼ିଓ ମାଧ୍ୟମରେ ମନର କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ନୂଆବର୍ଷ ୨୦୨୪ ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କହିଲେ ଯେ ୨୦୨୩ ରେ ଅନେକ ସଫଳତା ମିଳିଛି, ଏହାକୁ ବଜାୟ ରଖିବାକୁ ହେବ। ଦେଶର ସଫଳତା ପାଇଁ ନିରନ୍ତର ଉଦ୍ୟମ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଲେ ମୋଦି। ଦେଶ ଯୁଗେ ଯୁଗେ ମହିୟସୀ ମହିଳାଙ୍କ ଦ୍ବାରା ଅନୁପ୍ରାଣିତ ହୋଇଆସିଛି। ବିଦେଶୀ ଶାସନ ବିରୁଦ୍ଧରେ ଯୁଦ୍ଧ କରିଛନ୍ତି ଅନେକ ବୀରାଙ୍ଗନା। ଆଜିର ସ୍ଵାଧୀନତା ପାଇଁ ସେମାନଙ୍କ ଅବଦାନ ଅନସ୍ଵିକାର୍ଯ୍ୟ ବୋଲି କହିଲେ ମୋଦି।