ଇଣ୍ଡିଆନ୍ ଏକ୍ସଲେନ୍ସ ୱେଲଫେୟାର ଆସୋସିଏସନ ପକ୍ଷରୁ ଡ ନାରାୟଣ ମହାପାତ୍ର ଇଣ୍ଡିଆନ ଇଣ୍ଡି ଭିଜୁଆଲ ଏକ୍ସଲେନ୍ସ ଆୱାର୍ଡ ରେ ସମ୍ମାନିତ

Jun 11, 2023 - 18:01
 3
ଇଣ୍ଡିଆନ୍ ଏକ୍ସଲେନ୍ସ ୱେଲଫେୟାର ଆସୋସିଏସନ ପକ୍ଷରୁ ଡ ନାରାୟଣ ମହାପାତ୍ର ଇଣ୍ଡିଆନ ଇଣ୍ଡି ଭିଜୁଆଲ ଏକ୍ସଲେନ୍ସ ଆୱାର୍ଡ ରେ ସମ୍ମାନିତ

ଭୁବନେଶ୍ୱର: ଭୁବନେଶ୍ବର ର ପାନ୍ଥନିବାସ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମ୍ଵର୍ଦ୍ଧନା ଉତ୍ସବ ରେ ଇଣ୍ଡିଆନ୍ ଏକ୍ସଲେନ୍ସ ୱେଲଫେୟାର ଆସୋସିଏସନ ପକ୍ଷରୁ ଡ ନାରାୟଣ ମହାପାତ୍ର ଙ୍କୁ ସାମାଜ ସେବା ନିମନ୍ତେ ଦେଶର ଇଣ୍ଡିଆନ ଇଣ୍ଡି ଭିଜୁଆଲ ଏକ୍ସଲେନ୍ସ ଆୱାର୍ଡ ରେ ସମ୍ମାନୀତ କରାଯାଇଛି। ଜାତୀୟ ସ୍ତର ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୫୦ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଡ ନାରାୟଣ ମହାପାତ୍ର ବରିଷ୍ଠ ଅବହେଳିତ ଗୁରୁଜନ ଓ ଅବହେଳିତ ଛୋଟ ପିଲା ମାନଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ବର୍ଷକୁ ପ୍ରାୟ ୩ ଟି ରକ୍ତ ଦାନ ଶିବିର ଆୟୋଜନ କରି ରକ୍ତ ସଂଗ୍ରହ କରି ବ୍ଲଡ ବ୍ୟାଙ୍କ ରେ ରଖା ଯାଇ ଥାଏ, ଯାହାର ଦରକାର ତାଙ୍କୁ ବ୍ଲଡ ବ୍ୟାଙ୍କ ପକ୍ଷରୁ ଦିଆ ଯାଏ।