ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ପିତୃ ପୁରୁଷଙ୍କ ପାଇଁ ମହାଳୟା ଶ୍ରାଦ୍ଧ

Oct 14, 2023 - 18:01
 7
ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ପିତୃ ପୁରୁଷଙ୍କ ପାଇଁ ମହାଳୟା ଶ୍ରାଦ୍ଧ

ଭୁବନେଶ୍ୱର: ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ।ଆଶ୍ୱିନ ମାସର ପ୍ରଥମ ପକ୍ଷକୁ "ପିତୃପକ୍ଷ" କୁହାଯାଏ। ଏହି ପକ୍ଷର ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ ହୁଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ। ତେବେ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡଦାନ କରାଯାଏ। ଏହି କାର୍ଯ୍ୟକ୍ରମ କରିବାର ଉଦ୍ଦେଶ୍ଯ ଆମେ ଯଦି ବାପା ଓ ମା ପାଇଁ ଶ୍ରାଦ୍ଧ କରି ପାରୁଛୁ ସମସ୍ତେ ଏହା କରିବାକୁ ଆମେ ଆହ୍ଵାନ କରୁଛୁ, ଆସନ୍ତୁ ସମସ୍ତେ ନିଜର ବାପା ଓ ମା ଙ୍କୁ ଶ୍ରଦ୍ଧା ର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା, ଏହି କାର୍ଯ୍ୟକ୍ରମ ରେ ସଭାପତି ନାରାୟଣ ମହାପାତ୍ର ସ୍ରିନିବାସ ରାଓ ଅକ୍ଷୟ ସାହୁ ଓ ଅନାନ୍ୟ ସଦସ୍ଯ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।