ମହାନଦୀରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଉଦ୍ଧାର

Dec 8, 2023 - 18:35
 10
ମହାନଦୀରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଉଦ୍ଧାର

କଟକ: ମହାନଦୀରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଯୁବକ ଜଣକ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରୁ ପାଣିକୁ ଡେଇଁ ପଡ଼ିଥିଲେ। ଯୁବକଙ୍କ ଘର ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ଶେଖ୍ ଜାହାଙ୍ଗୀର ବୋଲି ଜଣାପଡ଼ିଛି। ନିଜ ସାଙ୍ଗ ସହ ଗଣ୍ଡଗୋଳ ପରେ ଭୟଭୀତ ହୋଇ ପଡ଼ିଥିଲେ ଜାହାଙ୍ଗୀର। ଏପିରିକି ସଙ୍ଗାର ପରିବାର ଲୋକେ ଖୋଜାଖୋଜି କରୁଥିବାରୁ ସେ ବାଇକ୍ ଧରି ବାଙ୍କୀ ଚାଲି ଆସିଥିଲେ। ସେଇ ମଧ୍ୟରେ ଅତ୍ୟଧିକ ଭୟଭୀତ ହୋଇ ଯାଇଥିବାରୁ ସେ ମାନସିକ ରୂପେ ଭାଙ୍ଗି ପଡ଼ିଥିଲେ ଓ ବ୍ରିଜ ଉପରେ ବାଇକ୍ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ।