କଟକରେ ରାବଣ ପୋଡ଼ି ବେଳେ ହେବନି ବାଣ ପ୍ରତିଯୋଗିତା

Oct 5, 2024 - 22:37
 8

କଟକ: ଚଳିତ ବର୍ଷ ରାବଣ ପୋଡ଼ିରେ ହେବନି ବାଣ ପ୍ରତିଯୋଗିତା। ବାଣ ପ୍ରତିଯୋଗିତାରେ ରୋକ୍ ଲଗାଇଲେ ଓଡ଼ିଶା ହାଇକୋର୍ଟ। କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ହେବ। ବାଲିଯାତ୍ରା ତଳ ପଡ଼ିଆରେ ହେବ ସମସ୍ତ ବ୍ୟବସ୍ଥା। ଏନେଇ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଫିକ ପରିଚାଳନା ପାଇଁ ଡିସିପିଙ୍କୁ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶ।