ଭୁବନେଶ୍ବରରେ ଜାତୀୟ ରାଜପଥ ଅବରୋଧ
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆ ନିକଟରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକେ। ରାସ୍ତା ଅବରୋଧ ଯୋଗୁଁ ଅଟକି ରହିଛି ଗାଡ଼ି। ଗତ ୨୦ ତାରିଖରେ ଗୋବିନ୍ଦପୁର ଡରାଡ ଗାଁରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ପୋଲିସ ମୃତଦେହ ଉଦ୍ଧାର କରି ମାଟିତଳେ ପୋତି ଦେଇଥିଲା। ହତ୍ୟା ଅଭିଯୋଗ ଆଣି ଜାତୀୟ ରାଜପଥ ଅବରୋଧ କଲେ ପରିବାର ଓ ସ୍ଥାନୀୟ ଲୋକ। ମାଟି ତଳୁ ଉଦ୍ଧାର ଗଳିତ ମୃତଦେହକୁ ଡାଲା ଗାଡ଼ିରେ ରଖି ଜାତୀୟ ରାଜପଥ ଅବରୋଧ କରାଯାଇଛି।