କମୁଛି ମୁଣ୍ଡଳୀ ଜଳସ୍ତର

Jul 31, 2024 - 19:11
 8
କମୁଛି ମୁଣ୍ଡଳୀ ଜଳସ୍ତର

କଟକ: କଟକ ମୁଣ୍ଡଳୀରେ କମୁଛି ମହାନଦୀର ଜଳସ୍ତର। ମୁଣ୍ଡଳୀ ବ୍ୟାରେଜ ଦେଇ ୪ ଲକ୍ଷ ୭୪ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଗତ ରାତିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ତେବେ ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ମୌସୁମୀ ଟ୍ରାପ୍ ଲାଇନ୍ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜିଠାରୁ ଓଡ଼ିଶାରେ ବଢ଼ିବ ବର୍ଷା। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି।