ଅସମ୍ଭାଳ ତାତିକୁ ଦୃଷ୍ଟିରେ ରଖି ସତର୍କ କରାଇଲେ ସ୍ଵତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର: ଓଡ଼ିଶାରେ ଅସମ୍ଭାଳ ତାତିକୁ ଦୃଷ୍ଟିରେ ରଖି ସତର୍କ କରାଇଲେ ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ଅତ୍ୟନ୍ତ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ବର୍ତମାନ ସୁଦ୍ଧା ଭୁବନେଶ୍ବରରେ ଅଂଶୁଘାତ ଯୋଗୁଁ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ରାତିରେ ମଧ୍ୟ ଅସହ୍ୟ ଗରମ ଯୋଗୁଁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ବିଶେଷ ଭାବରେ ହୃଦ୍ ରୋଗୀ ମାନେ ସତର୍କତା ଅବଲମ୍ବନ କରିବା ଜରୁରୀ ଓ ସଚେତନତା ଆବଶ୍ୟକ ବୋଲି ସେ କହିଛନ୍ତି। ମେ ୯ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଖାଦେବା ସମ୍ଭାବନା ରହିଛି।