ଓଡ଼ିଶାର ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

Apr 5, 2024 - 17:57
 6

ଭୁବନେଶ୍ୱର: ଆସନ୍ତାକାଲି ଯାଏଁ ଓଡ଼ିଶାର ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଖୋର୍ଦ୍ଧା, କଟକ, ବୌଦ୍ଧ, ମାଲକାନଗିରି ଓ କେନ୍ଦୁଝର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ ଓ ବାଲେଶ୍ବରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟରେ ଅସହ୍ୟ ହେଲାଣି ତାତି। ଆହୁରି ୪୮ ଘଣ୍ଟା ଏଭଳି ତାପମାତ୍ରା ବୃଦ୍ଧି ପାଇବ। ତେବେ ୭ ତାରିଖରୁ ପାଣିପାଗ ବଦଳିବା ନେଇ ସୂଚନା ମିଳିଛି। ଆଜି ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି।