ଆରବ ସାଗରରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର: ବାତ୍ୟାର ରୂପ ନେଇପାରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଆରବ ସାଗରରେ ସୃଷ୍ଟ ଲଘୁଚାପ ଆଜି ସକାଳେ ଅବପାତର ରୂପ ନେଇଛି। ଏହା ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ଯରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ପରେ ଏହା ଉତ୍ତର ଦିଗକୁ ଗତି କରିପାରେ। ତେବେ ଏହା କେଉଁଠି ସ୍ଥଳଭାଗ ଛୁଇଁବ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।