ଶିମିଳିପାଳରେ ନିଆଁ ଲାଗି ଜଳି ଯାଉଛି ବହୁ ବଡ଼ ବଡ଼ ଗଛ
କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ଜଳି ଯାଉଛି ବହୁ ବଡ଼ ବଡ଼ ଗଛ। ଆଜି ସକାଳ ସୁଦ୍ଧା ୩୫ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଉତ୍ତର ବନଖଣ୍ଡର ୨୨ଟି ଓ ଦକ୍ଷିଣ ବନ୍ୟପ୍ରାଣୀ ବାନଖଣ୍ଡର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି।