ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

Apr 26, 2024 - 20:35
 6

ଭୁବନେଶ୍ୱର: ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୮୯ଟି ଲୋକସଭା ଆସନରେ ନିଆଯାଉଛି ଭୋଟ । ଦ୍ବିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ ଆସନରେ ହେଉଛି ମତଦାନ । ସେଗୁଡ଼ିକ ହେଲା କାସରଗଡ଼, କନ୍ନୁର, ଭଟକରା, ୱାଏନାଡ, କୋଜିକୋଡ୍, ମାଲାପୁରମ, ପୋନାନି, ପଲକଡ, ଆଲାଥୁର୍, ତ୍ରିସୁର, ଚାଲାକୁଡି, ଏର୍ଣ୍ଣାକୁଲମ, ଇଦୁକି, କୋତାୟାମ୍, ଆଲାଫୁଜା, ମାଭେଲିକାରା, ପାଥନମଥିଟା, କୋଲାମ୍, ଆଟ୍ଟିଙ୍ଗଲ୍ ଏବଂ ତିରୁବନନ୍ତପୁରମ । ସେହିପରି କର୍ଣ୍ଣାଟକର ୧୪ ଆସନରେ ହେଉଛି ଭୋଟିଂ । ସେଗୁଡ଼ିକ ହେଲା ଉଦୁପି ଚିକମାଗଲୁର୍, ହାସନ୍, ଦକ୍ଷିଣ କନ୍ନଡ, ଚିତ୍ରଦୁର୍ଗ, ଟୁମକୁର, ମାଣ୍ଡ୍ୟା, ମହୀଶୂର, ଚରମରାଜନଗର, ବେଙ୍ଗଳୁରୁ ରୁରାଲ୍, ବେଙ୍ଗଳୁରୁ ନର୍ଥ, ବେଙ୍ଗଳୁରୁ ସେଣ୍ଟ୍ରାଲ୍, ବେଙ୍ଗଳୁରୁ ସାଉଥ୍, ଚିକବାଲାପୁର ଏବଂ କୋଲାର । ପ୍ରଥମ ପର୍ଯ୍ୟାୟରେ ରାଜସ୍ଥାନର ୧୨ଟି ଆସନରେ ମତଦାନ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବାକି ୧୩ଟି ଆସନରେ ହେଉଛି ଭୋଟିଂ।