ଓଡ଼ିଶାରେ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ନାହିଁ ବନ୍ୟା ସ୍ଥିତି ବୋଲି ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି। ମହାନ୍ତି କହିଛନ୍ତି ଯେ ମହାନଦୀର ଜଳସ୍ତର କମିବାରେ ଲାଗିଛି। ଉପର ମୁଣ୍ଡରେ ବର୍ଷା କମିବାରୁ ହୀରାକୁଦ ଜଳଭଣ୍ଡାରର ଦୁଇଟି ସ୍ଲୁଇସ୍ ଫାଟକ ବନ୍ଦ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦର ଅଧିକ ଫାଟକ ପର୍ଯ୍ୟାୟକ୍ରମେ ବନ୍ଦ ହେବ ବୋଲି ସେ କହିଛନ୍ତି।