ଓଡ଼ିଶାରେ ଅଶ୍ୱାଭାବିକ ଭାବେ ବଢ଼ିବ ତାତି

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ଓ ମେ ମାସରେ ଓଡ଼ିଶାରେ ଅଶ୍ୱାଭାବିକ ଭାବେ ବଢ଼ିବ ତାତି। ମାର୍ଚ୍ଚ ୫ ରୁ ୭ ତାରିଖ ଭିତରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ମାର୍ଚ୍ଚ ୧୫ ତାରିଖରୁ ରାଜ୍ୟରେ ତାତି ବଢ଼ିବ, ୨୨ ରୁ ଭୀଷଣ ତାତି ଅନୁଭୁତ ହେବ। ଏବର୍ଷ ଗ୍ରୀଷ୍ମର ଅବଧି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।