ଓଡ଼ିଶାର ୭ ଜିଲ୍ଲା ପାଇଁ ଗ୍ରୀଷ୍ମପ୍ରବାହ ସତର୍କତା
ଭୁବନେଶ୍ୱର: ଆଜି ଓଡ଼ିଶାର ୭ ଜିଲ୍ଲା ପାଇଁ ଗ୍ରୀଷ୍ମପ୍ରବାହ ସତର୍କତା ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ ଓ ବଲାଙ୍ଗୀର। ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ମେ ୨୪ ତାରିଖରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି ଓ ୨୫ ରେ ହୋଇପାରେ ଭୀଷଣ ବର୍ଷା।