ପୂଜାରେ ନାହିଁ ବଡ଼ ବର୍ଷା ସମ୍ଭାବନା

Oct 5, 2024 - 22:39
 7

ଭୁବନେଶ୍ୱର: ପୂଜା ସମୟରେ ଓଡ଼ିଶାରେ ବଡ଼ ବର୍ଷା ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ସପ୍ତାହ ପର୍ଯ୍ୟନ୍ତ କୌଣସି ଜିଲ୍ଲାରେ ବଡ଼ ବର୍ଷା ନଥିବା ଜଣାପଡ଼ିଛି। ତେବେ ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଆଜି ୫ ଜିଲ୍ଲା - ପୁରୀ, ଖୋର୍ଦ୍ଧା, କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।