ପ୍ରବଳ ବର୍ଷା ନେଇ ଓଡ଼ିଶାର ୪ ଜିଲ୍ଲାପାଳଙ୍କୁ ସତର୍କ କଲେ ସ୍ଵତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ, ସମ୍ବଲପୁର, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ଆଜି ଓ ଆସନ୍ତାକାଲି ଏହି ଜିଲ୍ଲା ଗୁଡ଼ିକରେ ରାସ୍ତା ଉପରେ ପାଣି ଜମିବା ଆଶଙ୍କା ରହିଛି। ଜଳ ନିଷ୍କାସନ ପାଇଁ ପମ୍ପ ବ୍ୟବସ୍ଥା କରିବା ଉପରେ ଦିଆଯାଇଛି ଗୁରୁତ୍ଵ।