ଘାଟିରେ ଓଲଟିଲା ଅଟୋ; ମହିଳା ଶ୍ରମିକ ମୃତ, ୧୫ ଶ୍ରମିକ ଆହତ

Aug 1, 2024 - 19:38
 43

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ। ଦୁର୍ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ପୁଟାସିଂ ଥାନା ଅନ୍ତର୍ଗତ ଚିନାସାରି ଘାଟିରେ ଘଟିଛି ଦୁର୍ଘଟଣା। ମୃତ ମହିଳା ଶ୍ରମିକ ହେଲେ ମାୟା ସାହୁ। ଚିନାସାରୀ ଗ୍ରାମକୁ ଜଣେ ବ୍ୟକ୍ତିଙ୍କ ଘର ଛାତ ପକାଇବାକୁ ଯାଇଥିଲେ ଶ୍ରମିକ। କାମ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।