ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ସମ୍ଭାବନା

Sep 22, 2023 - 10:39
 7
ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ସମ୍ଭାବନା ରହିଥିବା ବିଭିନ୍ନ ପାଣିପାଗ ମଡେଲ ଆକଳନ କରିଛନ୍ତି। ସେପ୍ଟେମ୍ୱର ୨୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଲଘୁଚାପ ଘନିଭୂତ ହୋଇ ସାମୁଦ୍ରିକ ଝଡ଼ ରୂପ ନେଇପାରେ। ପରେ ଏହା ବାତ୍ୟା ରୂପ ନେବା ଆଶଙ୍କା ରହିଛି। ତେବେ ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟା ହେବ କି ନାହିଁ କୌଣସି ଆକଳନ କରାଯାଇନାହିଁ। ସେପ୍ଟେମ୍ବର ୨୮ ବେଳକୁ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ।