ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି। ବାଚସ୍ପତି ଭାବେ ନିର୍ଦ୍ୱନ୍ଦରେ ହେଲେ ନିର୍ବାଚିତ। ଅନ୍ୟ କେହି ନାମାଙ୍କନ ଭରିନଥିବାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଆଜି ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆହତ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ ସନ୍ଧ୍ୟା ୫ଟା ଯାଏଁ ଗୃହ ମୁଲତବୀ କରାଯାଇଛି।