ସ୍ନେହ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସାଇଟ୍ ଫର୍ ନେଚର ଏଜୁକେସନ୍ ଆଣ୍ଡ ହେଲଥ୍ (ସ୍ନେହ) ତରଫରୁ ଆନ୍ତର୍ଜାତୀକ ଶାନ୍ତି ଦିବସ ଅନୁଷ୍ଠାନର ସଲିଆସାହିର ଶାନ୍ତି ଓ ଦ୍ୱନ୍ଦ ସମାଧାନ କେନ୍ଦ୍ରଠାରେ ପାଳିତ ହୋଇଯାଇଛି। ଏଥିରେ ଚଳିତ ବର୍ଷର ଆନ୍ତର୍ଜାତିକ ଶାନ୍ତି ଦିବସର ମିଳିତ ଜାତିସଂଘ ଅନୁଯାୟୀ ରହିଥିବା ପ୍ରସଙ୍ଗଟି - ଶାନ୍ତି ନିମନ୍ତେ ଆମର ପଦକ୍ଷେପ...... ଅନୁସାରେ ଶାନ୍ତି ପାଇଁ ଯୋଗ, ଚିତ୍ରାଙ୍କନ, ନାଚ ଆଦିର ଆୟୋଜନ କରାଯାଇଥିଲା। ଚିତ୍ରାଙ୍କନ ଗ୍ୟାଲେରୀ ପ୍ରସ୍ତୁତ କରାଯାଇଥିଲା। ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣା ଘୋଷ ଓ ମେନେନାଇଟ୍ ସେଣ୍ଟ୍ରାଲ କମିଟି ତରଫରୁ ଜଷ୍ଟିସ ଆଣ୍ଡ ପିସ୍ ସଂଯୋଜିକା କୁମାରୀ ମଂଜୁଳା ପଟ୍ଟନାୟକ ଅତିଥି ରୂପେ ଯୋଗଦେଇ ଏହି ଦିବସର ମୂଳ ଲକ୍ଷ୍ୟ ଓ ଆମେ ଆମ ପରିବାରରେ କିପରି ଶାନ୍ତିରେ ଚାଲିବା ଓ ରହିବା, ସେ ବିଷୟରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟୁନ ୧୫ ଜଣ ବାଳକ ଓ ବାଳିକାମାନେ ଭାଗନେଇଥିଲେ। ସ୍ନେହ ଅନୁଷ୍ଠାନର କର୍ମକର୍ତ୍ତା ଓ ଅନୁଷ୍ଠାନ ତରଫରୁ ସଲିଆସାହିର ସ୍ୱଚ୍ଛାସେବୀ ମାନେ ଭକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।