ଫେବୃଆରୀ ୧୩ରୁ ଓଡ଼ିଶା ବିଧାନସଭା
ଭୁବନେଶ୍ଵର: ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା। ଫେବ୍ରୁଆରୀ ୧୭ ତାରିଖରେ ବଜେଟ୍ ଉପସ୍ଥାପନ ହେବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ଏପ୍ରିଲ ୫ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ଫେବ୍ରୁଆରୀ ୨୧ ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ। ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଅଧିବେଶନ।