ଜାନୁଆରୀ ୨୪ ରୁ ଓଡ଼ିଶାରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ

Jan 20, 2025 - 19:34
 7

ଭୁବନେଶ୍ୱର: ଜାନୁଆରୀ ୨୪ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ। ସର୍ଭେ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଦେଇଥିବା ସୂଚନା ଅନଯାୟୀ, ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍‌ରେ ହିତାଧିକାରୀ ଆବେଦନ କରିପାରିବେ। ଆସନ୍ତା ୨୪ ତାରିଖରେ ପୋର୍ଟାଲର ବିଧିବଦ୍ଧ ଆରମ୍ଭ କରିବେ ରାଜ୍ୟ ସରକାର। ଦେଢ଼ ମାସରୁ ୨ ମାସ ଚାଲିବ ଆବାସ ସର୍ଭେ। ଆବାସ ସଂଖ୍ୟା ୨ରୁ ୩ କୋଟିକୁ ବଢ଼ିଛି, ଓଡ଼ିଶାକୁ ଅଧିକ ମିଳିବା ଆଶା ରହିଛି। ବାପାଠୁ ଭିନ୍ନ ହୋଇଥିବା ପୁଅ, ସ୍ବାମୀଠୁ ଅଲଗା ଥିବା ସ୍ତ୍ରୀ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିପାରିବେ। ବାଇକ୍ ଓ ଫ୍ରିଜ୍ ଥିଲେ ବି କରିପାରିବେ ଆବେଦନ। ବାର୍ଷିକ ୧୫,୦୦୦ ଆୟ ଥିଲେ ବି କରିହେବ ଆବେଦନ।