କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ
ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ଲୋକେ। ଆ କା ମା ବୈ ଧ୍ବନିରେ ପ୍ରକମ୍ପିତ ହୋଇଛି ବିଭିନ୍ନ ଜଳାଶୟ। ଡଙ୍ଗା ଭସାଇବା ପାଇଁ ମହାନଦୀ ଘାଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହି ପବିତ୍ର ଦିନରେ ଭୁବନେଶ୍ବରରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଆସିଛନ୍ତି ଭକ୍ତ। ଜଗତସିଂହପୁର ଜିଲ୍ଲା ପାରାଦୀପରେ ଆୟୋଜିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ। କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇଛି କଟକ ଜିଲ୍ଲା ଆଠଗଡ଼ରେ ଥିବା ବାବା ଧବଳେଶ୍ଵର ପୀଠ। ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର।